ଓ.ଜି.ବି. ସମ୍ପର୍କରେ

ଓଜିବିକୁ ସ୍ୱାଗତ

ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ବିଷୟରେ

ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ (ଓ.ଜି.ବି.), ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ସଂଖ୍ୟା ସି-ଜି-ଡିଏଲ୍-ଇ-୦୭୦୪୨୦୨୫୨୬୨୩୨୯(ତାରିଖ: ୦୫/୦୪/୨୦୨୫) ଅନୁଯାୟୀ, ପୂର୍ବର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଏବଂ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ମିଶ୍ରଣ ଫଳରେ ୧ ମଇ ୨୦୨୫ରୁ ସେବା ପ୍ରଦାନ କରିଆସୁଅଛି ।

ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏକ ତାଲିକାଭୁକ୍ତ ବ୍ୟାଙ୍କ। ଭାରତୀୟ ରିଜର୍ଭ ବ୍ୟାଙ୍କ୍- ଆର୍.ବି.ଆଇ. ଅଧିନିୟମ, ୧୯୩୪ର ବୈଧାନିକ ବ୍ୟବସ୍ଥା ଅନୁଯାୟୀ ଏହି ସଂସ୍ଥାକୁ ଦ୍ୱିତୀୟ ତଫସିଲରେ ସାମିଲ କରାଯାଇଛି। ଏ ସମ୍ପର୍କିତ ସରକାରୀ ଘୋଷଣାନାମା ୦୫/୦୪/୨୦୨୫ ରିଖରେ 'ଭାରତର ଗେଜେଟ୍'ରେ ସାର୍ବଜନୀନ କରାଯାଇଛି।