ଉତ୍ପାଦ ଏବଂ ସେବାଗୁଡ଼ିକ

ଶିକ୍ଷା ଋଣ

ଉଦ୍ଦେଶ୍ୟ

କେବଳ ଆବଶ୍ୟକୀୟ ସମ୍ବଳ ବା ପୁଞ୍ଜିର ଅଭାବ ଯୋଗୁଁ ଯେପରି କେହି ବି ବୃତ୍ତିଗତ କିମ୍ବା ବୈଷୟିକ ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି, ତାହା ନିଶ୍ଚିତ କରିବା ନିମନ୍ତେ।

ଯୋଗ୍ୟତା

ଛାତ୍ର କିମ୍ବା ଛାତ୍ରୀ ଜଣକ ଜଣେ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ ଏବଂ ସେ ପ୍ରବେଶିକା ପରୀକ୍ଷା କିମ୍ବା ମେଧା ଭିତ୍ତିକ ଚୟନ ପ୍ରକ୍ରିୟା ମାଧ୍ୟମରେ ବୃତ୍ତିଗତ ବା ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୋଗ୍ୟତା ହାସଲ କରିଥିବା ଆବଶ୍ୟକ।

ଋଣ ଉଦ୍ଦେଶ୍ୟ

ଭାରତ ଏବଂ ବିଦେଶରେ ଉଚ୍ଚଶିକ୍ଷା ପାଇଁ ଯୋଗ୍ୟ ତଥା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ।

ଋଣ ପରିମାଣ

ଭାରତରେ ପଢ଼ିବା ପାଇଁ ଋଣର ପରିମାଣ ସର୍ବାଧିକ ୧୦ ଲକ୍ଷ ଟଙ୍କା ଏବଂ ବିଦେଶରେ ପାଠ ପଢ଼ିବା ପାଇଁ ସର୍ବାଧିକ ଋଣ ପରିମାଣ ୨୦ ଲକ୍ଷ ଟଙ୍କା ଅଟେ।

ମାର୍ଜିନ୍

ପାଠପଢ଼ା ସ୍ଥାନ ନିର୍ବିଶେଷରେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ କୌଣସି ମାର୍ଜିନ୍ ଆବଶ୍ୟକ ନାହିଁ। କିନ୍ତୁ ୪ ଲକ୍ଷ ଟଙ୍କାରୁ ଅଧିକ ଋଣ ପାଇଁ, ମଞ୍ଜୁରୀଯୋଗ୍ୟ ଖର୍ଚ୍ଚ ଉପରେ ମାର୍ଜିନ୍ ଭାରତରେ ପାଠପଢ଼ା ପାଇଁ ୫% ଏବଂ ବିଦେଶରେ ପାଠପଢ଼ା ପାଇଁ ୧୫% ରହିବା ଆବଶ୍ୟକ।

ସୁରକ୍ଷା

୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ: କୌଣସି ସୁରକ୍ଷା ଆବଶ୍ୟକ ନାହିଁ। ୪ ଲକ୍ଷ ଟଙ୍କାରୁ ଅଧିକ ଏବଂ ୭.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ: ଜଣେ ଯୋଗ୍ୟ ତୃତୀୟ ପକ୍ଷଙ୍କ ଗ୍ୟାରେଣ୍ଟି ଆକାରରେ ଅତିରିକ୍ତ ସୁରକ୍ଷା ଆବଶ୍ୟକ।

ପରିଶୋଧ

ଛାଡ଼ ଅବଧି ଶେଷ ହେବା ପରେ, ଋଣଟି ୫ ରୁ ୭ ବର୍ଷ ମଧ୍ୟରେ ମାସିକ କିସ୍ତି ଆକାରରେ ପରିଶୋଧ ଯୋଗ୍ୟ ଅଟେ।

ସୁଧ ହାର

ସର୍ବାଧିକ ଛାଡ଼ ହେଉଛି ପାଠ୍ୟକ୍ରମର ସମୟସୀମା ସହିତ ଅଧିକ ଏକ ବର୍ଷ, କିମ୍ବା ଛାଟ୍ରଛାତ୍ରୀ ଚାକିରି ପାଇବାର ୬ ମାସ ପର୍ଯ୍ୟନ୍ତ; ଏହି ଦୁଇଟି ମଧ୍ୟରୁ ଯେଉଁଟି ଆଗ ହେବ।

ବିଶେଷ ଦ୍ରଷ୍ଟବ୍ୟ

ଅଧିକ ବିବରଣୀ ପାଇଁ, ନିକଟସ୍ଥ ଶାଖା ସହିତ ଯୋଗାଯୋଗ କରନ୍ତୁ।