ଉତ୍ପାଦ ଏବଂ ସେବାଗୁଡ଼ିକ

କାର୍ ଋଣ

ଉଦ୍ଦେଶ୍ୟ

ଆମର ସମ୍ମାନିତ ଏବଂ ସମ୍ଭାବ୍ୟ ଗ୍ରାହକମାନଙ୍କୁ କେବଳ ସେମାନଙ୍କର ବ୍ୟକ୍ତିଗତ ବ୍ୟବହାର ପାଇଁ ନୂତନ କାର୍ କିଣିବାର ସୁବିଧା ପ୍ରଦାନ କରିବା ନିମନ୍ତେ।

ଯୋଗ୍ୟତା

ଦରମାପ୍ରାପ୍ତ କର୍ମଚାରୀ / ପ୍ରତିଷ୍ଠିତ ପେଶାଦାର ଏବଂ ବ୍ୟବସାୟୀମାନେ।

ଋଣ ଉଦ୍ଦେଶ୍ୟ

ନୂତନ କାର୍ କିଣିବା ପାଇଁ।

ଋଣ ପରିମାଣ

ସର୍ବାଧିକ ୧୦ ଲକ୍ଷ ଟଙ୍କା କିମ୍ବା ଗାଡ଼ିର ମୂଲ୍ୟର (ଅନ୍-ରୋଡ୍ ପ୍ରାଇସ୍‌) ୮୫%, ଏହି ଦୁଇଟି ମଧ୍ୟରୁ ଯେଉଁଟି କମ୍ ହେବ।

ଯୋଗ୍ୟ କ୍ଷେତ୍ରଗୁଡ଼ିକରେ ୧୦ ଲକ୍ଷ ଟଙ୍କାରୁ ଅଧିକ ଋଣ ମଧ୍ୟ ମଞ୍ଜୁର କରାଯାଇପାରିବ।

ମାର୍ଜିନ୍

ଗାଡ଼ିର କ୍ରୟ ମୂଲ୍ୟର ୧୫% ମାର୍ଜିନ୍ ଆକାରରେ ନଗଦ ଜମା କରିବାକୁ ପଡ଼ିବ। ଏହି ମାର୍ଜିନ୍ ପରିମାଣ ଋଣ ପ୍ରକ୍ରିୟା ପୂର୍ବରୁ (ଅଗ୍ରିମ) ଜମା ହେବା ଆବଶ୍ୟକ।

ସୁରକ୍ଷା

କିଣାଯିବାକୁ ଥିବା କାର୍/ଗାଡ଼ିର ବନ୍ଧକ। ବ୍ୟାଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା କୌଣସି ଅତିରିକ୍ତ ବନ୍ଧକ।, ଯଦି ଥାଏ; (ଏହି ଅତିରିକ୍ତ ସୁରକ୍ଷା FDR/NSC/KVP/LIC (ସରେଣ୍ଡର୍ ଭାଲ୍ୟୁ) ଇତ୍ୟାଦି ଆକାରରେ ହୋଇପାରେ)।

ପରିଶୋଧ

ସର୍ବାଧିକ ୮୪ଟି ମାସିକ କିସ୍ତି।

ସୁଧ ହାର 

ଏଥିପାଇଁ ନିକଟସ୍ଥ ଶାଖା ସହିତ ଯୋଗାଯୋଗ କରନ୍ତୁ।

ବିଶେଷ ଦ୍ରଷ୍ଟବ୍ୟ  

କାର୍‌ଟିକୁ କେବଳ ଅନୁମୋଦିତ ଡିଲର କିମ୍ବା ଯୋଗାଣକାରୀଙ୍କଠାରୁ କିଣାଯିବ ଏବଂ ସୁଧ ଓ ଅନ୍ୟାନ୍ୟ ଖର୍ଚ୍ଚ ସହିତ ଋଣ ସମ୍ପୂର୍ଣ୍ଣ ଭାବେ ପରିଶୋଧ ନହେବା ପର୍ଯ୍ୟନ୍ତ ଏହା ବ୍ୟାଙ୍କ ନିକଟରେ ବନ୍ଧକ ହୋଇ ରହିବ।

ଅଧିକ ବିବରଣୀ ପାଇଁ, ନିକଟସ୍ଥ ଶାଖା ସହିତ ଯୋଗାଯୋଗ କରନ୍ତୁ।