ଉଦ୍ଦେଶ୍ୟ
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସଞ୍ଚୟ ଖାତା ଆପଣଙ୍କ କଷ୍ଟଲବ୍ଧ ଅର୍ଥକୁ ସୁରକ୍ଷିତ ରଖିବା ସହିତ ଦୈନିକ ବାଲାନ୍ସ ଭିତ୍ତିରେ ସୁଧ ପ୍ରଦାନ କରିଥାଏ।
କିଏ ଖୋଲିପାରିବେ?
ଯୋଗ୍ୟ ବ୍ୟକ୍ତିବିଶେଷ ଏବଂ ନିର୍ଦ୍ଦିଷ୍ଟ ସଂସ୍ଥା/ଏଜେନ୍ସି (ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାବଳୀ ଅନୁଯାୟୀ) ଏହି ଖାତା ଖୋଲିପାରିବେ। ନାବାଳକ/ନାବାଳିକାମାନେ ସ୍ୱାଭାବିକ ଅଭିଭାବକ କିମ୍ବା ମାତାଙ୍କ ତତ୍ତ୍ୱାବଧାନରେ ମିଳିତ ଭାବେ ଖାତା ଖୋଲିପାରିବେ। ୧୦ ବର୍ଷରୁ ଅଧିକ ବୟସର ସାକ୍ଷର ନାବାଳକ/ନାବାଳିକାମାନେ ନିଜେ ସ୍ୱତନ୍ତ୍ର ଭାବେ ଖାତା ଖୋଲିବା ସହ ପରିଚାଳନା କରିପାରିବେ। ଅଭିଭାବକଙ୍କ ସହ ମିଳିତ ଭାବେ ଖୋଲାଯାଇଥିବା ନାବାଳକ ଖାତା କେବଳ ଅଭିଭାବକଙ୍କ ଦ୍ୱାରା ପରିଚାଳିତ ହେବ।
ଯୋଗ୍ୟତା
ବ୍ୟକ୍ତିଗତ ବା ମିଳିତ ଭାବେ ବ୍ୟକ୍ତିବିଶେଷ।, କ୍ଲବ୍, ଆସୋସିଏସନ୍, ଟ୍ରଷ୍ଟ, ସରକାରୀ ସଂସ୍ଥା ଏବଂ ସମିତି (ସମବାୟ ସମିତି ସମେତ), ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ଅଣ-ବ୍ୟାବସାୟିକ ସଂସ୍ଥା। ,୧୦ ବର୍ଷ ବୟସ ସମ୍ପୂର୍ଣ୍ଣ କରିଥିବା ଏବଂ ପଢ଼ାଲେଖା ଜାଣିଥିବା ନାବାଳକ/ନାବାଳିକା। (ନାବାଳକ ସଞ୍ଚୟ ଖାତାରେ ସର୍ବାଧିକ ଜମା ରାଶି ୫୦,୦୦୦ ଟଙ୍କାରୁ ଅଧିକ ହେବ ନାହିଁ)।
ବୈଶିଷ୍ଟ୍ୟ ଏବଂ ସୁବିଧା
ନାମାଙ୍କନ ସୁବିଧା।
ଡେବିଟ୍ କାର୍ଡ ସୁବିଧା।
ଷ୍ଟାଣ୍ଡିଂ ଇନଷ୍ଟ୍ରକସନ୍ ସୁବିଧା।
ଚେକ୍ ବୁକ୍ ସୁବିଧା।
ଏଟିଏମ୍ କାର୍ଡ ଏବଂ ଏସ୍.ଏମ୍.ଏସ୍. ଆଲର୍ଟ ସୁବିଧା।
NEFT/ RTGS/ IMPS ମାଧ୍ୟମରେ ତୁରନ୍ତ ପାଣ୍ଠି ସ୍ଥାନାନ୍ତର।
ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡି.ବି.ଟି.) ମାଧ୍ୟମରେ ଟଙ୍କା ପାଇବା ସୁବିଧା।
ପ୍ରାପ୍ୟ ସୁଧ
ଦୈନିକ ବାଲାନ୍ସ ଆଧାରରେ ତ୍ରୈମାସିକ ଭାବେ ସୁଧ ଗଣନା କରାଯାଏ।
ସର୍ବନିମ୍ନ ବାଲାନ୍ସ ଆବଶ୍ୟକତା
ଚେକ୍ ବୁକ୍ ସୁବିଧା ନଥିବା ଖାତା: ଗ୍ରାମାଞ୍ଚଳ ଶାଖା ଏବଂ ଅନ୍ୟାନ୍ୟ ଶାଖା ପାଇଁ ସର୍ବନିମ୍ନ ₹ ୫୦୦.୦୦।
ଚେକ୍ ବୁକ୍ ସୁବିଧା ଥିବା ଖାତା: ଗ୍ରାମାଞ୍ଚଳ ଶାଖା ଏବଂ ଅନ୍ୟାନ୍ୟ ଶାଖା ପାଇଁ ସର୍ବନିମ୍ନ ₹ ୧୦୦୦.୦୦।
