ଉତ୍ପାଦ ଏବଂ ସେବାଗୁଡ଼ିକ

ଆବର୍ତ୍ତକ ଜମା

ଉଦ୍ଦେଶ୍ୟ

ଆବର୍ତ୍ତକ ଜମା (ଆର୍.ଡି.) ଆପଣଙ୍କୁ ଏକ ନିୟମିତ, ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବରେ ଏକ ବଡ଼ ପାଣ୍ଠି ଗଠନ କରିବାର ସୁଯୋଗ ଦେଇଥାଏ। ଆବର୍ତ୍ତକ ଜମା ଖାତା ଖୋଲିବା ପାଇଁ ଦୟାକରି ଆପଣଙ୍କର ନିକଟତମ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ (OGB) ଶାଖା ପରିଦର୍ଶନ କରନ୍ତୁ।

ସର୍ବନିମ୍ନ ବାଲାନ୍ସ

₹ ୧୦୦/- କିମ୍ବା ₹ ୧୦୦/- ର ଗୁଣିତକ। ସର୍ବାଧିକ ଜମା ରାଶି ଉପରେ କୌଣସି ସୀମା ନାହିଁ।

ଯୋଗ୍ୟତା

ବ୍ୟକ୍ତିବିଶେଷ

ଅନ୍ୟ ବ୍ୟକ୍ତିବିଶେଷଙ୍କ ସହ ମିଳିତ ଭାବେ।

ଅଭିଭାବକଙ୍କ ଜରିଆରେ ନାବାଳକ/ନାବାଳିକା।

ହିନ୍ଦୁ ଅବିଭକ୍ତ ପରିବାର।

ମାଲିକାନା ସଂସ୍ଥା ।

ଫାର୍ମ

ଜଏଣ୍ଟ ଷ୍ଟକ୍ କମ୍ପାନୀ ।

ବୈଶିଷ୍ଟ୍ୟ ଏବଂ ସୁବିଧା

ମାସିକ ସର୍ବନିମ୍ନ ₹ ୧୦୦/- (₹ ୧୦୦/- ର ଗୁଣିତକରେ)। ସର୍ବାଧିକ ରାଶି ଉପରେ କୌଣସି ସୀମା ନାହିଁ।

ଏହି ଜମା ୬ ମାସରୁ ୧୦ ବର୍ଷ ପର୍ଯ୍ୟନ୍ତ ଅବଧି ପାଇଁ ଖୋଲାଯାଇପାରିବ (୩ ମାସର ଗୁଣିତକ ଅନୁସାରେ)।

'ଷ୍ଟାଣ୍ଡିଂ ଇନଷ୍ଟ୍ରକସନ୍' ସୁବିଧା ଦ୍ୱାରା ଆପଣଙ୍କ ସଞ୍ଚୟ ଖାତାରୁ କିସ୍ତି ଟଙ୍କା ସ୍ୱୟଂଚାଳିତ ଭାବେ ସ୍ଥାନାନ୍ତର ହୋଇପାରିବ।

ତ୍ରୈମାସିକ ଚକ୍ରବୃଦ୍ଧି ହାରରେ ସ୍ଥାୟୀ ଜମା ସଦୃଶ ସୁଧ ମିଳିଥାଏ।

ଜରିମାନା ସହିତ ସମୟ ପୂର୍ବରୁ ଖାତା ବନ୍ଦ କରିବା ସୁବିଧା ଉପଲବ୍ଧ।

ଆପଣଙ୍କ ଜମା ଖାତାରେ ଥିବା ରାଶିର ୯୦% ପର୍ଯ୍ୟନ୍ତ ଋଣ ସୁବିଧା ମିଳିପାରିବ।

ପ୍ରଚଳିତ ଆୟକର ନିର୍ଦ୍ଦେଶାବଳୀ ଅନୁଯାୟୀ ଟି.ଡି.ଏସ୍. ଲାଗୁ ହେବ।

ନାମାଙ୍କନ ସୁବିଧା ଉପଲବ୍ଧ।

ଅଧିକ ବିବରଣୀ ପାଇଁ, ନିକଟତମ ଶାଖା ସହିତ ଯୋଗାଯୋଗ କରନ୍ତୁ।