ପ୍ରଧାନମନ୍ତ୍ରୀ ଜନଧନ RuPay କାର୍ଡ

ପ୍ରଧାନମନ୍ତ୍ରୀ ଜନଧନ RuPay କାର୍ଡ

ସୁଲଭ ମୂଲ୍ୟରେ ମୌଳିକ ବ୍ୟାଙ୍କିଙ୍ଗ ସେବା ଯୋଗାଇଦେବା ପାଇଁ ଭାରତ ସରକାରଙ୍କ ପ୍ରୟାସ।

ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ହେଉଛି ଆର୍ଥିକ ଅନ୍ତର୍ଭୁକ୍ତିକରଣ ପାଇଁ ଏକ ଜାତୀୟ ମିଶନ, ଯାହା ସୁଲଭ ମୂଲ୍ୟରେ ଆର୍ଥିକ ସେବା ଯଥା: ବ୍ୟାଙ୍କିଙ୍ଗ / ସଞ୍ଚୟ ଏବଂ ଜମା ଖାତା, ଟଙ୍କା ପଠାଇବା, ଋଣ, ବୀମା ଏବଂ ପେନସନ ସୁବିଧା ନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ଖୋଲାଯାଇଥିବା ଆକାଉଣ୍ଟଗୁଡିକ ସହିତ RuPay PMJDY ଡେବିଟ୍ କାର୍ଡ ପ୍ରଦାନ କରାଯାଏ।

RuPay PMJDY ଡେବିଟ୍ କାର୍ଡଗୁଡ଼ିକୁ ସମସ୍ତ ଏଟିଏମ୍, ପି.ଓ.ସି. ଟର୍ମିନାଲ୍ ଏବଂ ଇ-କମର୍ସ ୱେବସାଇଟ୍‌ରେ ବ୍ୟବହାର କରାଯାଇପାରିବ। ଏହା ₹ ୧ ଲକ୍ଷର ଅତିରିକ୍ତ ବ୍ୟକ୍ତିଗତ ଦୁର୍ଘଟଣା ଏବଂ ସମ୍ପୂର୍ଣ୍ଣ ସ୍ଥାୟୀ ଅକ୍ଷମତା ବୀମା ସୁବିଧା ସହିତ ଆସିଥାଏ।