ଉତ୍ପାଦ ଏବଂ ସେବାଗୁଡ଼ିକ

ଜମା ଯୋଜନା: ଟ୍ୟାକ୍ସ ସେଭର

ଟ୍ୟାକ୍ସ ସେଭର ଜମା

ଟ୍ୟାକ୍ସ ସେଭର ଫିକ୍ସଡ୍ ଡିପୋଜିଟ୍ (ଏଫ୍.ଡି.) ହେଉଛି ଏକ ପ୍ରକାର ସ୍ଥାୟୀ ଜମା, ଯେଉଁଥିରେ ବିନିଯୋଗ କରି ଆପଣ ଭାରତୀୟ ଆୟକର ଅଧିନିୟମ, ୧୯୬୧ ର ଧାରା 80ସି ଅନୁଯାୟୀ ଟ୍ୟାକ୍ସ ରିହାତି ପାଇପାରିବେ। ଯେକୌଣସି ବିନିଯୋଗକାରୀ ଏହି ଯୋଜନାରେ ଟଙ୍କା ରଖି ସର୍ବାଧିକ ₹ ୧.୫ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ରିହାତି ଦାବି କରିପାରିବେ। ଟ୍ୟାକ୍ସ ସେଭର ଜମା ଯୋଜନାରେ ବିନିଯୋଗ କରିବା ପାଇଁ ଦୟାକରି ଆପଣଙ୍କର ନିକଟତମ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ (ଓ.ଜି.ବି.) ଶାଖା ପରିଦର୍ଶନ କରନ୍ତୁ।

ଯୋଗ୍ୟତା

ବ୍ୟକ୍ତିବିଶେଷ

ଅନୁଷ୍ଠାନ/ପ୍ରତିଷ୍ଠାନ

ଫାର୍ମ

ବୈଶିଷ୍ଟ୍ୟ ଏବଂ ସୁବିଧା

•ଭାରତୀୟ ଆୟକର ଅଧିନିୟମ, ୧୯୬୧ ର ଧାରା 80C ଅନୁଯାୟୀ ₹ ୧.୫ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ରିହାତି ସୁବିଧା।

•୫ ବର୍ଷର ଲକ୍-ଇନ୍ ପିରିୟଡ୍ : ଅର୍ଥାତ୍ ୫ ବର୍ଷ ପୂର୍ବରୁ ଟଙ୍କା ଉଠାଇ ହେବ ନାହିଁ।

•ଏହି ଜମା ଉପରେ ମିଳୁଥିବା ସୁଧ କରଯୋଗ୍ୟ ଅଟେ।

•ନାମାଙ୍କନ ସୁବିଧା ଉପଲବ୍ଧ।

•ଋଣ ସୁବିଧା ପାଇଁ ଏହି ଜମାକୁ ସୁରକ୍ଷା/ବନ୍ଧକ ଭାବରେ ଗ୍ରହଣ କରାଯିବ ନାହିଁ।

ଅଧିକ ବିବରଣୀ ପାଇଁ, ନିକଟତମ ଶାଖା ସହିତ ଯୋଗାଯୋଗ କରନ୍ତୁ।