ଉତ୍ପାଦ ଏବଂ ସେବାଗୁଡ଼ିକ

ଫ୍ଲେକ୍ସି ଜମା

ଉଦ୍ଦେଶ୍ୟ

ଏହି ଆକାଉଣ୍ଟଟି ସରକାରୀ ସଂସ୍ଥା, ଅନ୍ୟାନ୍ୟ ପ୍ରତିଷ୍ଠାନ ଏବଂ ସାଧାରଣ ଜନତାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଏହି ଖାତା ଖୋଲିବା ପାଇଁ ଦୟାକରି ଆପଣଙ୍କର ନିକଟତମ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ (ଓ.ଜି.ବି.) ଶାଖା ପରିଦର୍ଶନ କରନ୍ତୁ ଏବଂ ଆବଶ୍ୟକୀୟ ଦସ୍ତାବେଜ ସହିତ ଆବେଦନ ଫର୍ମ ଦାଖଲ କରନ୍ତୁ।

ଯୋଗ୍ୟତା

ସରକାରୀ ସଂସ୍ଥା। / ବିଭିନ୍ନ ଅନୁଷ୍ଠାନ / ପ୍ରତିଷ୍ଠାନ। / ସାଧାରଣ ଜନତା।

ବୈଶିଷ୍ଟ୍ୟ

ଜମା ରାଶି: ଏହି ଯୋଜନା ଅଧୀନରେ ସର୍ବନିମ୍ନ ଜମା ₹ ୧ ଲକ୍ଷ କିମ୍ବା ₹ ୧ ଲକ୍ଷର ଗୁଣିତକ ଅଟେ। ଏହି ଅର୍ଥ ସମ୍ବନ୍ଧିତ ସଞ୍ଚୟ ଖାତାରୁ ସ୍ୱୟଂଚାଳିତ ଭାବେ ୯୦ ଦିନ ପାଇଁ ସ୍ଥାନାନ୍ତରିତ ହୋଇଯାଏ।

ସମୟ ସୀମା: ଏହାର ଅବଧି ୯୦ ଦିନ ଅଟେ। ପ୍ରଚଳିତ ନିୟମ ଓ ସର୍ତ୍ତାବଳୀ ଅନୁଯାୟୀ ସମୟ ପୂର୍ବରୁ ଖାତା ବନ୍ଦ କରିବାର ସୁବିଧା ଉପଲବ୍ଧ।

ପ୍ରାପ୍ୟ ସୁଧ

ସ୍ୱୟଂଚାଳିତ ସ୍ଥାନାନ୍ତର ତାରିଖ ସୁଦ୍ଧା ଲାଗୁଥିବା ବ୍ୟାଙ୍କର କାର୍ଡ ରେଟ୍ ଅନୁଯାୟୀ ସୁଧ ମିଳିବ।

ଅଧିକ ବିବରଣୀ ପାଇଁ, ନିକଟତମ ଶାଖା ସହିତ ଯୋଗାଯୋଗ କରନ୍ତୁ।