ମୁଦ୍ରା ଋଣ

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପି.ଏମ୍.ଏମ୍.ୱାଇ) ଅଧୀନରେ ଆମ ବ୍ୟାଙ୍କ ଗ୍ରାମାଞ୍ଚଳ, ସହରାଞ୍ଚଳ ଏବଂ ମେଟ୍ରୋ ଅଞ୍ଚଳରେ ଉତ୍ପାଦନ, ବ୍ୟାପାର ଏବଂ ସେବା କ୍ଷେତ୍ରରେ ନିୟୋଜିତ ଥିବା କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ।

ଋଣ ରାଶିର ପରିମାଣ ଅନୁଯାୟୀ ଏହି ଋଣକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି, ଯାହା ନିମ୍ନରେ ଦିଆଗଲା:


ଶିଶୁ: ₹ ୫୦,୦୦୦ ପର୍ଯ୍ୟନ୍ତ ଋଣ ରାଶିକୁ ଏହି ଶ୍ରେଣୀଭୁକ୍ତ କରାଯାଇଛି।


କିଶୋର: ₹ ୫୦,୦୦୦ ରୁ ଅଧିକ ଏବଂ ₹ ୫.୦୦ ଲକ୍ଷ ପର୍ଯ୍ୟନ୍ତ ଋଣ ରାଶିକୁ ଏହି ଶ୍ରେଣୀଭୁକ୍ତ କରାଯାଇଛି।


ତରୁଣ: ₹ ୫.୦୦ ଲକ୍ଷରୁ ଅଧିକ ଏବଂ ₹ ୧୦.୦୦ ଲକ୍ଷ ପର୍ଯ୍ୟନ୍ତ ଋଣ ରାଶିକୁ ଏହି ଶ୍ରେଣୀଭୁକ୍ତ କରାଯାଇଛି।

ଅଧିକ ବିବରଣୀ ପାଇଁ ନିକଟତମ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଶାଖା ପରିଦର୍ଶନ କରନ୍ତୁ।