ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏ.ପି.ୱାଇ. ଆକାଉଣ୍ଟଗୁଡ଼ିକର ସଂଗ୍ରହ ଏବଂ ପ୍ରକ୍ରିୟାକରଣ ଉଦ୍ଦେଶ୍ୟରେ ପି.ଏଫ୍.ଆର୍.ଡି.ଏ. ନିକଟରେ ଆଗ୍ରିଗେଟର ଭାବରେ ପଞ୍ଜିକୃତ ହୋଇଛି। ୧୮ ରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା ବ୍ୟକ୍ତିମାନେ ଏହି ଯୋଜନା ଅଧୀନରେ ପଞ୍ଜିକରଣ ପାଇଁ ଫର୍ମ ପୂରଣ କରିବାକୁ ପରିଚୟ ପତ୍ର, ଠିକଣା ପ୍ରମାଣ ପତ୍ର ଏବଂ ବୟସ ପ୍ରମାଣ ପତ୍ର ସହିତ ଆମର ନିକଟତମ ଶାଖା ପରିଦର୍ଶନ କରିପାରିବେ। ଏହି ଯୋଜନାରେ ସାମିଲ ହେବା ପାଇଁ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟ ଥିବା ଅନିର୍ବାଯ୍ୟ।
ଲାଭ:
ଅଟଳ ପେନସନ ଯୋଜନା ହେଉଛି ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ଏକ ସାମାଜିକ ସୁରକ୍ଷା ଯୋଜନା, ଯାହାର ଲକ୍ଷ୍ୟ ହେଉଛି ଭାରତର ସମସ୍ତ ନାଗରିକଙ୍କୁ ୬୦ ବର୍ଷ ବୟସ ପରେ ଏକ ସ୍ଥିର ମାସିକ ଆୟ (ପେନସନ) ପ୍ରଦାନ କରିବା। ଏହା ଜାତୀୟ ପେନସନ ଯୋଜନା (ଏନ୍.ପି.ଏସ୍) ର ରୂପରେଖ ଉପରେ ଆଧାରିତ। ସଦସ୍ୟଙ୍କୁ ଶାଖା ପକ୍ଷରୁ ତୁରନ୍ତ ଏକ ସ୍ଥାୟୀ ଅବସର ଆକାଉଣ୍ଟ ନମ୍ବର (ପି.ଆର୍.ଏ.ଏନ୍.) ପ୍ରଦାନ କରାଯିବ।
ଏହି ଯୋଜନା ଅଧୀନରେ ସଦସ୍ୟମାନେ ନିମ୍ନରେ ଦିଆଯାଇଥିବା ସାରଣୀ ଅନୁଯାୟୀ ମାସିକ କିସ୍ତି ଜମା କରି ₹ ୧୦୦୦/-, ₹ ୨୦୦୦/-, ₹ ୩୦୦୦/-, ₹ ୪୦୦୦/- ଏବଂ ₹ ୫୦୦୦/- ର ନିଶ୍ଚିତ ମାସିକ ପେନସନ ପାଇବା ପାଇଁ ବିକଳ୍ପ ବାଛିପାରିବେ।
| ପ୍ରବେଶ ବୟସ | ଅବଦାନ ବର୍ଷ | ₹୧୦୦୦ ପେନସନ | ₹୨୦୦୦ ପେନସନ | ₹୩୦୦୦ ପେନସନ | ₹୪୦୦୦ ପେନସନ | ₹୫୦୦୦ ପେନସନ |
|---|---|---|---|---|---|---|
| ୧୮ | ୪୨ | ୪୨ | ୮୪ | ୧୨୬ | ୧୬୮ | ୨୧୦ |
| ୧୯ | ୪୧ | ୪୬ | ୯୨ | ୧୩୮ | ୧୮୩ | ୨୨୮ |
| ୨୦ | ୪୦ | ୫୦ | ୧୦୦ | ୧୫୦ | ୧୯୮ | ୨୪୮ |
| ୨୧ | ୩୯ | ୫୪ | ୧୦୮ | ୧୬୨ | ୨୧୫ | ୨୬୯ |
| ୨୨ | ୩୮ | ୫୯ | ୧୧୭ | ୧୭୭ | ୨୩୪ | ୨୯୨ |
| ୨୩ | ୩୭ | ୬୪ | ୧୨୭ | ୧୯୨ | 254 | ୩୧୮ |
| ୨୪ | ୩୬ | ୭୦ | ୧୩୯ | ୨୦୮ | ୨୭୭ | ୩୪୬ |
