ଆଇ.ଏମ୍.ପି.ଏସ୍.

ଇମିଡିଏଟ୍ ପେମେଣ୍ଟ ସର୍ଭିସ୍ (ଆଇ.ଏମ୍.ପି.ଏସ୍) – ତୁରନ୍ତ ଆନ୍ତଃବ୍ୟାଙ୍କ ପାଣ୍ଠି ସ୍ଥାନାନ୍ତର ବ୍ୟବସ୍ଥା

ଆଇ.ଏମ୍.ପି.ଏସ୍ ହେଉଛି ଏକ ତୁରନ୍ତ ଏବଂ ସୁରକ୍ଷିତ ଆନ୍ତଃବ୍ୟାଙ୍କ ଇଲେକ୍ଟ୍ରୋନିକ୍ ପାଣ୍ଠି ସ୍ଥାନାନ୍ତର ବ୍ୟବସ୍ଥା। ଏହା ମୋବାଇଲ୍ ଫୋନ୍, ଏ.ଟି.ଏମ୍., ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ବ୍ୟାଙ୍କ ଶାଖା ମାଧ୍ୟମରେ କରାଯାଇଥାଏ।

ପେମେଣ୍ଟ ଚ୍ୟାନେଲ୍

ବର୍ତ୍ତମାନ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପାଇଁ ଶାଖା ଚ୍ୟାନେଲ୍ ସକ୍ଷମ ଅଛି। ତେଣୁ, ଓ.ଜି.ବି. ଗ୍ରାହକମାନେ ନିଜର ସମ୍ପୃକ୍ତ ହୋମ୍ ବ୍ରାଞ୍ଚକୁ ଯାଇ, ସଠିକ୍ ଭାବରେ ସ୍ୱାକ୍ଷରିତ IMPS Remittance Form ପୂରଣ କରି ଅନ୍ୟ ବ୍ୟାଙ୍କକୁ ଟଙ୍କା ପଠାଇପାରିବେ।

ସମୟ

•ତୁରନ୍ତ ସ୍ଥାନାନ୍ତର: ଏଥିରେ ଟଙ୍କା ବିନା କୌଣସି ବିଳମ୍ବରେ ତୁରନ୍ତ ପହଞ୍ଚିଥାଏ। •ଟଙ୍କା ଗ୍ରହଣ କରିବା: ଏହି ସେବା ବର୍ଷର ୩୬୫ ଦିନ, ୨୪ ଘଣ୍ଟା (ରବିବାର ଏବଂ ବ୍ୟାଙ୍କ ଛୁଟିଦିନ ସମେତ) ଉପଲବ୍ଧ।•ଟଙ୍କା ପଠାଇବା: ବ୍ୟାଙ୍କ ଶାଖା ମାଧ୍ୟମରେ ଟଙ୍କା ପଠାଇବା ସୁବିଧା କେବଳ ବ୍ୟାଙ୍କ କାର୍ଯ୍ୟ ଦିବସରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ମଧ୍ୟରେ ଉପଲବ୍ଧ।

ସମୀକ୍ଷା

ଏନ.ଇ.ଏଫ୍.ଟି. ଏବଂ RTGS ପରି ନୁହେଁ, IMPS ସେବା ବ୍ୟାଙ୍କ ଛୁଟିଦିନ ସମେତ ବର୍ଷସାରା ୨୪/୭ ଉପଲବ୍ଧ। ଗ୍ରାହକମାନେ ସେମାନଙ୍କର ଖାତା ନମ୍ବର ଏବଂ IFSC କୋଡ୍ ବ୍ୟବହାର କରି IMPS ମାଧ୍ୟମରେ ଟଙ୍କା ପାଇପାରିବେ।

ଅଧିକ ବିବରଣୀ ପାଇଁ, ନିକଟସ୍ଥ ଶାଖା ସହିତ ଯୋଗାଯୋଗ କରନ୍ତୁ।