ମିସଡ୍ କଲ୍ ବାଲାନ୍ସ ଅନୁସନ୍ଧାନ
ବେଳେବେଳେ ବ୍ୟସ୍ତତା କାରଣରୁ ନିଜ ବ୍ୟାଙ୍କ ଖାତାର ବାଲାନ୍ସ ଉପରେ ନଜର ରଖିବା କଷ୍ଟକର ହୋଇଥାଏ। ଏଥିପାଇଁ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଆପଣଙ୍କ ପାଇଁ ଏକ ସହଜ ସୁବିଧା ନେଇ ଆସିଛି। ଆପଣଙ୍କ ବ୍ୟାଙ୍କ ଖାତାରେ ପଞ୍ଜୀକୃତ ହୋଇଥିବା ମୋବାଇଲ୍ ନମ୍ବରରୁ କେବଳ ୮୦୧୦୧୦୬୬୮୬ ନମ୍ବରକୁ ଏକ ମିସଡ୍ କଲ୍ ଦିଅନ୍ତୁ। ଭାରତର ଯେକୌଣସି ସ୍ଥାନରୁ ଏବଂ ଯେକୌଣସି ସମୟରେ ଆପଣ ଏସ୍.ଏମ୍.ଏସ୍. ମାଧ୍ୟମରେ ନିଜ ଖାତାର ବାଲାନ୍ସ ସୂଚନା ତୁରନ୍ତ ପାଇପାରିବେ।
ସମୀକ୍ଷା
ଯେଉଁ ଗ୍ରାହକମାନେ ବ୍ୟାଙ୍କରେ ଗୋଟିଏ କଷ୍ଟମର ଆଇଡି ସହିତ ନିଜର ମୋବାଇଲ୍ ନମ୍ବର ପଞ୍ଜୀକୃତ କରିଛନ୍ତି, ସେମାନେ ଏହି ସୁବିଧା ପାଇପାରିବେ।
ଯଦି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ କଷ୍ଟମର ଆଇଡି ପଞ୍ଜୀକୃତ ହୋଇଛି, ତେବେ ଏହାର ସଂଶୋଧନ କିମ୍ବା ମିଶ୍ରଣ ପାଇଁ ଦୟାକରି ଶାଖା ସହିତ ଯୋଗାଯୋଗ କରନ୍ତୁ, ଯାହାଦ୍ୱାରା ଆପଣ ଏସ୍.ଏ୍.ଏସ୍. ମାଧ୍ୟମରେ ବାଲାନ୍ସ ପାଇପାରିବେ।
ଏହି ସୁବିଧା ମାଧ୍ୟମରେ ଗ୍ରାହକମାନେ ସେମାନଙ୍କର ସମସ୍ତ ସଞ୍ଚୟ ଏବଂ ଚଳନ୍ତି ଖାତାର ଉପଲବ୍ଧ ବାଲାନ୍ସ ଜାଣିପାରିବେ।